ଜଗତ୍ଜିତା ଭାଷା
ଓଡ଼ିଆ ସାହିତ୍ୟ
ସବୁ ଭାଷାକୁଁ କରୁଁ ଆଦର୍
ନିଜର୍ ଭାଷାକେ ଜବର୍
ଅକ୍ଷର୍ ଲେଖି ଦିଆନିଆ କରୁଁ
ଭାବ୍ନା, ଚିଂତା, ଖବର୍
ଦର୍ଶନ୍, ବିଜ୍ଞାନ୍, ବିଚାର୍, ଶାସନ୍
ସବୁଆଡ଼େ ଦଉଁ ମନ୍
ହୁରୁଦ୍କେ ଉସାର୍ କଲେଁ ଅଏନ୍
ସୁଖ୍ଭରା ହେବା ଜୀବନ୍
କାହାକେ କିଛି ନାଇଁମାଗୁଁ ଆରୁ
ନାଇଁକରୁଁ କିଛି ଦାବି
ମାଆଁର୍ ବୁଲିର୍ ସେବା କରି ଜିଉଁ
ଆଗ୍ ପଛ୍ ସବୁ ଭାବି
ଭାଷାଟା ଆମର୍ ମହାନ୍ ଆଏ
ଆମେ ସଭେ ଟିଁଚୋ ସାନ୍
ନିଜ୍କେ ବଡ଼୍ କରି ଦେଖାଲେଁ
ନାଇଁବଢ଼େ ଭାଷାର୍ ମାନ୍
ଲେଖକ୍ମାନ୍କୁଁ ଫଟୁ କରିଦେଲେଁ
ତାଁକର୍ ଲେଖା ବହି
ନାଇଁପୁହୁଁଚେ କାହାର୍ ପାଶେଁ
ନାଇଁ ପଢ଼ନ୍ କେହି
ମୂର୍ତିକେ ଫୁଲ୍ମାଲ୍ ପିଁଧେଇ
ଜଲାଲେଁ ଧୂପ୍ଖାଡ଼ି
ମୁଡ଼ିଆ ମାରି ପୂଜା କରୁଥିଲେଁ
ଭାଷା ନାଇଁପାରେ ବଢ଼ି
କବିଠାନୁ ଜହ ମାଏନ୍ ପାଏଲେଁ
ତାର୍ ଗୀତ୍ ଆରୁ କବିତା
ନାମ୍ରୂପ୍ ପ୍ରଚାର୍ କର୍ବାର୍ ଲାଗି
ଦର୍କାର୍ ନାଇଁ ନେତା
ନିଜର୍ ହାତେଁ ନିଜର୍ ଭାଷାକେ
କରୁଥିସୁଁ କେର୍କେଚା
କାହାକେ ଭେଟି ଗୁହେର୍ କର୍ମା
" ଆମର୍ ଭାଷାକେ ବଁଚା "
ମାଆଁର୍ ବୁଲିକେ ଆଁପ୍ରି କେବି
ଦଉଥିସୁଁ ମୁର୍କୁଟି
କାହାର୍ ନିକେ ଲେଖି ପଠାମା
ଦାବି ପତର୍ କି ଚିଠି ?
ଭାଷାର୍ ନାଆଁଥିଁ ଆରୁ କେତେ ଯୁଗ୍
ଚଲାମା ଇ ଭୁର୍କୁଟି
କାଣା ପିଇଖାଇ ଶୁଇପଡ଼ିଛୁଁ ଯେ
ନାଇଁପାର୍ବାର୍ ଉଠି ?
ମଡ଼ୁଆ ତଲ୍କେ ନାଇଁଯାଉଁ କେହି
ସଭାଠାନେ ଜମା ନାଇଁହଉଁ ଯାଇ
ମଚାନ୍ ଉପ୍ରେ ନାଇଁବସୁଁ ରହି
ଘରେଁ କରୁଁ ଲେଖା ବୁତା
ଅକ୍ଷର୍ମାନେ ଆଦର୍ ପାଏଲେଁ
ଭାଷା ହେସି ଜଗତ୍ଜିତା
ଇ କଥାଥିଁ ସଁଶେ ଅଛେ ଯଦି
ନୁରି ଲଗଉଁ ପତା
ପଢ଼ାଲେଖା କାମେ ଲଟ୍କିଥିଲେଁ
ନାଇଁଲାଗେ ବିତ୍ବିତା